ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟ ବିଶ୍ୱକପ ୨୦୧୯ ରେ ଭାରତୀୟ କ୍ରିକେଟ ଦଳର ଓପନର ଶିଖର ଧୱନଙ୍କ ସ୍ଥାନରେ ଯୁବା ୱିକେଟକିପର ଋଷଭ ପନ୍ଥ ଖେଳିବେ ବୋଲୀ ଇଂଲଣ୍ଡ ଯିବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଯେପର୍ଯ୍ୟନ୍ତ ଖେଳିବା ପାଇଁ ଶିଖର ଧୱନ ଠିକ୍ ହୋଇନାହାଁନ୍ତି ସେପର୍ଯ୍ୟନ୍ତି ପନ୍ଥ ଖେଳିବେ ।
ନଟିଂଘମରେ ଭାରତ-ନ୍ୟୁଜଲାଣ୍ଡରେ ହେବାକୁ ଥିବା ମହାମୁକାବିଲା ପୂର୍ବରୁ ପନ୍ଥ ଦଳରେ ସାମିଲ ହେବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି । ମାତ୍ର ଯେପର୍ଯ୍ୟନ୍ତ ଶିଖର ଧୱନ ବିଶ୍ୱକପରୁ ବାହାର ନ ହୋଇଛନ୍ତି ସେଯାଏଁ ପନ୍ଥ ଦଳର ୧୫ ଜଣିଆ ସଦସ୍ୟରେ ସାମିଲ ହୋଇପାରିବେ ନାହିଁ ।
ବର୍ତ୍ତମାନ ଶିଖର ଧୱନ ବିସିସିଆଇର ମେଡିକାଲ ଟିମ୍ ର ନିରିକ୍ଷଣରେ ରହିଛନ୍ତି । ଏବେ ଧୱନ ଇଂଲଣ୍ଡରେ ରହିବେ ଏବଂ ତାଙ୍କୁ ଚିକିତ୍ସା କରାଯିବ ବୋଲି ଦଳ ପକ୍ଷରୁ ନିଷ୍ପତି ନିଆଯାଇଛି ।
ଧୱନଙ୍କ ଆଙ୍ଗୁଠି ରେ ଆଘାତା ଲାଗିଥିବା ଯୋଗୁଁ ସେ ଗତ ତିନି ସପ୍ତାହ ହେବ କ୍ରିକେଟରୁ ଦୂରେଇ ଅଛନ୍ତି । ଇତି ମଧ୍ୟରେ ନ୍ୟୁଜଲାଣ୍ଡ ବିପକ୍ଷରେ ଜୁନ୍ ୧୩ରେ ହେବାକୁ ଥିବା ମ୍ୟାଚ୍ ରେ ଯୋଗ ଦେଇ ପାରିବେ ନାହିଁ । ଏହାସହିତ ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବି ଟିମ୍ ରୁ ବାହାରେ ରହିବେ ।
ଖବରମୁତାବକ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୱନଙ୍କୁ ଆଘାତ ଲାଗିଥିଲା । ନାଥନ କ୍ଲଟର ନାଇଲଙ୍କ ବଲ୍ ଜୋରରେ ଆସି ଧୱନଙ୍କ ଅଙ୍ଗୁଳିରେ ବାଜିଥିଲା । ଏହାପରେ କ୍ରିକେଟ ପଡିଆରେ ଧୱନଙ୍କୁ ଚିକିତ୍ସା କରାଯାଇଥିଲା ।