ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୌସୁମୀ ଋତୁ ହେଲେ ସୁଦ୍ଧା ରାଜ୍ୟରେ ଦେଖାଦେଇଛି ନିଅଣ୍ଟିଆ ବର୍ଷା । ଚଳିତ ସପ୍ତାହରେ ରାଜ୍ୟରେ କୌଣସି ବଡ ବର୍ଷାର ସମ୍ଭାବନା ନାହିଁ । ରାଜ୍ୟରେ ଏବେ ଉପୁଜିଛି ମରୁଡି ସ୍ଥିତି । ଯାହାଫଳରେ ଚିନ୍ତାରେ ଚାଷୀ । ଆସନ୍ତା ୫ ଦିନ ଯାଏଁ ବଡ ବର୍ଷା ନଥିବାରୁ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ସେପଟେ ଆଜି ଉତ୍ତର ଓଡିଶା ଏବଂ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।