ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ଏସଆରସି ପ୍ରଦୀପ ଜେନା । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ କଥା ହୋଇ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏହାସହିତ ଓଡ୍ରାଫ ଓ ଏନଡିଆରଏଫ ଅଧିକାରୀଙ୍କ ସହ ମଧ୍ୟ ଏସଆରସି କଥା ହୋଇଛନ୍ତି ।
ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ଗଭୀର ଅବପାତର ରୂପ ନେଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେଇପାରେ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷୀଣ ଓଡିଶା ଆଡକୁ ଗତି କରୁଛି । ଏହାସହିତ ଆସନ୍ତା ୨୬ ତାରିଖ ସନ୍ଧ୍ୟା ସୁଧା ଏହା ସ୍ଥଳଭାଗ ଛୁଇଁବା ସହ ଗୋପାଳପୁର-ବିଶାଖାପାଟଣା ମଧ୍ୟରେ କଳିଙ୍ଗପାଟ୍ଟନମର ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଉଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୭୦ ରୁ ୮୦ ରହିବା ସହ ଏହା ବୃଦ୍ଧି ହୋଇ ୯୦ କି.ମି ପର୍ଯ୍ୟନ୍ତ ଛୁଇଁପାରେ ।
ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି । ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢିବ । ସମ୍ଭାବ୍ୟ ବାତ୍ୟା ପାଇଁ ୪ ରୁ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।