ନୂଆଦିଲ୍ଲୀ/ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସାରା ଦେଶକୁ ଛୁଇଁଲା ମୌସୁମୀ । ମୌସୁମୀ ବର୍ଷା ସାରା ଦେଶକୁ ଛୁଇଁଥିଲେବି ଅନେକ ଅଂଚଳରେ ମଧ୍ୟ ସଠିକ ପରିମାଣରେ ବର୍ଷା ହୋଇନାହିଁ । ଚଳିତ ବର୍ଷ ଦେଶରେ ସ୍ୱାଭାବିକଠାରୁ ୧୯ ପ୍ରତିଶତ କମ ମୌସୁମୀ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପାଣିପାଗ ବିଭାଗ ରିପୋଟ୍ ଅନୁସାରେ, ଦେଶର ୧୫ଟି ସ୍ଥାନରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । କିନ୍ତୁ ଏହାସହ ୨୧ଟି ସ୍ଥାନରେ ବର୍ଷାର ଅଭାବ ଦେଖାଦେଇଛି ।
ଗୁଜୁରାଟର ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳରେ ସ୍ୱାଭାବିକ ଠାରୁ ୫୮ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ଲାକ୍ଷାଦ୍ୱୀପରେ ବର୍ଷାର ପରିମାଣ ୧୭ ପ୍ରତିଶତ ଅଧିକ ବର୍ଷା ହୋଇ ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଓଡିଶାରେ ମଧ୍ୟ ମୌସୁମୀ ଦୁର୍ବଳ ରହିଛି । ଯାହା ଫଳରେ ଓଡିଶାରେ ପ୍ରବଳ ଗୁଳିଗୁଳି ଅନୁଭୁତ ହେଇଛି , ଆଉ ଜନ ଜୀବନ ଅସ୍ତବ୍ୟସ୍ତ ହେଇଛି । ଏହାସହ ଓଡିଶାରେ ଜୁଲାଇ ମାସରେ ଯେତିକି ପରିମାଣରେ ବର୍ଷା ହେବା କଥା ତାହା ଠାରୁ କମ୍ ବର୍ଷା ହୋଇଛି ।
ବର୍ତ୍ତମାନ ସୁଧା ଓଡିଶାରେ ୩୧ ପ୍ରତିଶତ କମ ବର୍ଷା ହୋଇଛି । ତେବେ ଆସନ୍ତା ୨୫ରୁ ଏହାର ପରିମାଣ ବୃଦ୍ଧିପାଇବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।