ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୧୬ ତାରିଖରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ସେପଟେ ୧୫ ତାରିଖ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଆସନ୍ତାକାଲିଠୁ ରାତ୍ରି ତାପମାତ୍ରା ବୃଦ୍ଧି ପାଇବ । ୩ ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରାତ୍ରି ତାପମାତ୍ରା ବୃଦ୍ଧି ପାଇବ ବୋଲି ସମ୍ଭାବନା ରହିଛି ।
ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନ ଓ ଦକ୍ଷୀଣ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଗତ ୨୪ ଘଣ୍ଟାରେ ରାତ୍ରିିର ସର୍ବନିମ୍ନ ତାପମାତ୍ରା ସ୍ୱଭାବିକଠାରୁ କମ ୍ଥିଲା । ଯାହା ଫଳରେ ଶୀତ ଅନୁଭୂତ ହୋଇଥିଲା ।