ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଙ୍ଗଳବାରଠୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ପଶ୍ଚିମ ଓଡିଶା ଓ ସୀମାନ୍ତବର୍ତ୍ତି ଜିଲ୍ଲାରେ ବର୍ଷା ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ହୋଇଛି । ଏହାସହିତ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ୧୩ ଓ ୧୪ ତାରିଖରେ ପ୍ରବ, ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ଅନ୍ୟପଟେ ମଙ୍ଗଳବାରଠୁ ରାଜ୍ୟରେ ବଙ୍ଗୋପସାଗରୀୟ ପବନ ବୋହିବା ଆରମ୍ଭ ହୋଇଛି । ପୁଣି ୧୬ ରୁ ବୋହିବ ଉତ୍ତରା ପବନ । ତାପମାତ୍ର ମଧ୍ୟ କମିପାରେ । ସାରା ରାଜ୍ୟରେ ଆସନ୍ତା ୧୫ ତାରିଖ ଯାଏଁ ପାଗ ମେଘୁଆ ରହିବ ।