ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୌସୁମୀରେ ଉଭାନ ବର୍ଷା । ମୌସୁମୀ ଆସି ଶେଷ ହେବାକୁ ବସିଲାଣି କିନ୍ତୁ ପ୍ରଚୁର ବର୍ଷା ଦେଖିବାକୁ ମିଳୁନି । ଯେତିକି ବି ବର୍ଷା ହୋଇଛି ତାହା ଚାଷପଯୋଗୀ ନୁହେଁ । ନିଅଣ୍ଟିଆ ବର୍ଷା ପାଇଁ ଚାଷ ଜମି ଶୁଖିଲା ପଡିଛି । ଏହାସହିତ ଅଗଷ୍ଟ ମାସରେ ସବୁଠୁ କମ୍ ବର୍ଷା ହେବା ସହ ପ୍ରବଳ ତାତି ଅନୁଭୂତ ହେଉଛି ।
ଅଗଷ୍ଟ ମାସରେ ରାଜ୍ୟରେ ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ବ ତାଠାରୁ ଅଧିକ ଉପରେ ରହିଛି । ଅଗଷ୍ଟ ୨୮ ତାରିଖରେ ପୁରୀ ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଯାହା ୧୮୯୨ ମସହା ପରଠୁ ଅଗଷ୍ଟ ମାସରେ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା । ୧୩୧ ବର୍ଷରେ ଦ୍ୱିତୀୟ ଉତ୍ତପ୍ତ ଦିନ ।