ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଚାନକ୍ ବଦଳିଲା ପାଗ । ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ପ୍ରଖର ତାତି ।ଏଇ କିଛି ଦିନ ହେବ ଖରା ତାତିଆରେ ଜଳୁଛି ରାଜଧାନୀ ଭୁବନେଶ୍ୱର । ଯାହା ଏବେ ରାଜଧାନୀବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ଯଦି ଫେବ୍ରୁଆର ମାସରେ ସୂର୍ଯ୍ୟଙ୍କ ତାପର ଏଭଳି ଅବସ୍ଥା ତେବେ ଆଗକୁ କ’ଣ ହେବ । ଆଜ୍ଞା ହଁ ଭୁବନେଶ୍ୱରରେ ଦିନକୁ ଦିନ ଖରା ତାଲି ବଢିଚାଲିଛି । ଯାହାଫଳରେ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଡରୁଛନ୍ତି । ଏବେଠାରୁ ରାଜଧାନ ଭୁବନେଶ୍ୱରରେ ତାପମାତ୍ରା ୩୯ ଡିଗ୍ରୀକୁ ଟପିଲାଣି । ଏହାସହିତ ଆଜି ବି ତାପମାତ୍ରା ଆହୁରୀ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ମିଳିଛି ।
ଏହାବ୍ୟତିତ ଆସନ୍ତାକାଲି ମାନେ ଫେବ୍ରୁଆରୀ ୨୪ ରୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । କାରଣ ଆସନ୍ତା ଫେବ୍ରୁଆର ୨୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ଥିବା ଅନୁମାନ କରାଯାଇଛି । ଯଦି ବର୍ଷା ହୁଏ ତେବେ ତାତିରୁ ସାମାନ୍ୟ ରକ୍ଷା ପାଇ ପାରିବେ ରାଜ୍ୟବାସୀ ।
ତେବେ ଆସନ୍ତୁ ଜାଣିବା ଗତକାଲି କେଉଁଠି କେତେ ତାପମାତ୍ରା ରହିଥିଲା । ପୁରୀ- ୩୦.୦୮ ଡିଗ୍ରୀ,ଭୁବନେଶ୍ୱର-୩୯.୦୨ ଡିଗ୍ରୀ, କଟକ-୩୭.୦୨ ଡିଗ୍ରୀ, ପାରାଦୀପ-୨୯.୦୬ ଡିଗ୍ରୀ, ଗୋପାଳପୁର-୩୦.୦୮, ଅନୁଗୁଳ-୩୬.୦୧ ଡିଗ୍ରୀ, ତାଳଚେର-୩୬.୦୫ ଡିଗ୍ରୀ, କେଉଁଝର-୩୪.୬ ଡିଗ୍ରୀ, ବାଲେଶ୍ୱର-୩୩ ଡିଗ୍ରୀ, ବାରିପଦା-୩୬.୦୨ ଡିଗ୍ରୀ, କୋରାପୁଟ-୩୩ ଡିଗ୍ରୀ, ମାଲକାନାଗିରି-୩୯.୦୨ ଡିଗ୍ରୀ, ଭବାନୀପାଟଣା-୩୭ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡି-୩୨.୩ ଡିଗ୍ରୀ, ଟିଟଲାଗଡ,ବଲାଙ୍ଗିରି-୩୬.୫ ଡିଗ୍ରୀ, ସୋନପୁର-୩୬.୪ ଡିଗ୍ରୀ, ସମ୍ବଲପୁର ୩୫.୦୫ ଡିଗ୍ରୀ, ସୁନ୍ଦରଗଡ-୩୪ ଡିଗ୍ରୀ, ଝାରସୁଗୁଡା-୩୫.୦୭ ଡିଗ୍ରୀ ।