ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ତାତି । କଲବଲ ଲୋକେ । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସ୍ୱଭାବିକଠୁ ତାପମାତ୍ରା ଅଧିକ ରହୁଛି । ଆଗକୁ ଆହୁରି ତାପମାତ୍ରା ବଢିବ । ଆଗାମୀ ୪ ଦିନ ମଧ୍ୟରେ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷୀଣ ଓଡିଶାରେ ତାତି ଅସମ୍ଭାଳ ହେବ ।
ଚଳିତ ସପ୍ତାହରେ ତାପମାତ୍ରା ସ୍ୱଭାବିକଠୁ ୩ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ହୋଇପାରେ ।
ଏହାସହିତ ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ସ୍ଥିତି ସଂଗୀନ ହେବ ବୋଲି ଆକଳନ କରାଯାଇଛି ।