ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟରେ କୁହୁଡିଆ ପାଗ ରହିବ । ଆଗାମ ୪ ଦିନ ମଧ୍ୟରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପଶ୍ଚିମ ଓଡିଶାରେ ମୁଖ୍ୟତଃ ୧୦ ଡିଗ୍ରି ତଳକୁ ଖସିପାରେ ତାପମାତ୍ରା ।
୨୮ ତାରିଖରେ ବରଗଡ, ସୋନପୁର, ବଲାଙ୍ଗୀର, ଝାରସୁଗୁଡା ଜିଲ୍ଲାର କେତେକ ସ୍ଥାନ ଏବଂ ୨୯ ତାରିଖରେ ଅନୁଗୁଳ, ଝାରସୁଗୁଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବିରଗଡ, ଦେବଗଡ ଜିଲ୍ଲାର କେତେକ ସ୍ଥାନରେ ଶୀତ ଲହରୀ ପ୍ରଭାବିତ ହେବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।