ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ତତଲା ତାୱାରେ ସିଝୁଛନ୍ତି ଲୋକେ । ଅସହ୍ୟ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ସକାଳୁ ଘରୁ ବାହାରିଲେ ଜଳି ପୋଡି ଯାଉଛି ଶରୀର । ସେହିପରି ଦିନ ସାଢେ ୨ଟା ସୁଦ୍ଧା ତାପମାତ୍ରା ୪୨ ଡିଗ୍ରୀ ପାର୍ କିଛି । ସମ୍ବଲପୁରର ତାପମାତ୍ରା ୪୨.୦୬ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରିରେ ଝରସୁଗୁଡାରେ ୪୨.୪ ଡିଗ୍ରୀ , ହୀରାକୁଦ ୪୧.୪ ଡିଗ୍ରୀ, ଭୁବନେଶ୍ୱର ୩୯.୨ ଡିଗ୍ରୀ.ଚାନ୍ଦବାଲି ୩୮ ଡିଗ୍ରୀ,ବାଲେଶ୍ୱର ୩୭.୮ ଡିଗ୍ରୀ.କେନ୍ଦୁଝର ୩୭ ଡିଗ୍ରୀ, ପୁରୀ ୩୪.୬ ଡିଗ୍ରୀ , ଗୋପାଳପୁର ୩୩.୪ ଡିଗ୍ରୀ ଓ ପାରାଦୀପ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି ।