ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଖରା-ବର୍ଷାର ଲୁଚକାଲି । ଦିନରେ ଅସହ୍ୟ ତାତି ଓ ଅପରାହ୍ନରେ କାଳବୈଶାଖୀ ବର୍ଷା । ଆସନ୍ତା ଜୁନ୍ ୪ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ଉପକୂଳ, ଉତ୍ତର ଏବଂ ଦକ୍ଷୀଣ ଓଡିଶାରେ ଘଡଘଡି ବିଜୁଳି ସହ ବର୍ଷା ପବନ ହେବ । ବର୍ଷା ସମୟରେ ପବନର ବେଗ ୪୦ ରୁ ୫୦ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେହିପରି କାଳବୈଶାଖୀ ପାଇଁ ଆଜି ୨୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଅନ୍ୟପଟେ ସକ୍ରିୟ ହେଉଛି ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ ।