ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଆଗ୍ୟନ୍ତର,ଉତ୍ତର,ଦକ୍ଷିଣ ଓ ଉପକୂଳର ୧୩ ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘଡଘଡି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି । ଆଜି ଅପରାହ୍ନରେ ମାଲକାନଗିରି,ବାଲେଶ୍ୱର,ମୟୂରଭଞ୍ଜ,ଗଜପତି,କନ୍ଧମାଳ,ନୟାଗଡ,ଖୋର୍ଦ୍ଧା,ପୁରୀ,ଓ ରାୟଗଡାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବା ରହିଛି ।
ଏହି ସବୁ ସ୍ଥାନରେ ବିଜୁଳି ଘଡଘଡି ହେବା ସହ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ୮ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏବଂ ଏହାସହ ଅତି ଜରୁରୀ ନଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଏହିପରି କାଳବୈଶାଖୀ ହେବାର ସମ୍ଭାବନା ରହିଛି ।