ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାମୁଦ୍ରିକ ଝଡ ୟାସ୍ ତାର ଲ୍ୟାଣ୍ଡଫଲ ପ୍ରକ୍ରିୟା ସକାଳ ୯ଟାରୁ ଆରମ୍ଭ କରି ଦେଇଛି । ଧାମରାରୁ ଉତ୍ତର ଆଡକୁ ଗତି କରି ବାଲେଶ୍ୱରର ଦକ୍ଷୀଣରେ ଲ୍ୟାଣ୍ଡଫଲ କରୁଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟ ୩ ରୁ ୪ ଘଣ୍ଟା ପର୍ୟ୍ୟନ୍ତ ଜାରି ରହିବ । ଦିନ ଗୋଟାଏ ସୁଦ୍ଧା ଶେଷ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ପବନର ବେଗ ୧୩୦ ରୁ ୧୪୦ ରହିଛି । ବେଳେ ବେଳେ ଝଟକା ପବନ ଦେଉଛି ୟାସ୍ ।
ଲ୍ୟାଣ୍ଡଫଲ ସମୟରେ ତାଣ୍ଡବ ରଚୁଛି ୟାସ୍ । ପ୍ରବଳ ଜୋରରେ ପବନ ବୋହୁଛି । ବଡ ବଡ ଗଛ ପତ୍ର ଉପୁଡିଗଲାଣି । ବର୍ଷା ପବନରେ ରାସ୍ତା ଘାଟ କିଛି ଦିଶୁନି । ଲ୍ୟାଣ୍ଡଫଲ ଶେଷ ହେବା ପରେ ମୟୁରଭଞ୍ଜ ଦେଇ ଅତିକ୍ରମ କରିବ ୟାସ୍ । ଏହି ସମୟରେ ପବନ ବେଗ ୧୦୦ କିଲୋକମିଟର ରହିବାର ସମ୍ଭାବନା ରହିଛି । ଏହାପରେ ଆଜି ମଧ୍ୟରାତ୍ରୀ ସୁଦ୍ଧା ଝାଡଖଣ୍ଡ ମୁହାଁ ହେବ ୟାସ ।
ୟାସ୍ ର ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି । ସେହିପରି ବାରିପଦା ଓ ମୟୂରଭଞ୍ଜରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।