ସମ୍ବଲପୁର (ଏଟିଆର ବ୍ୟୁରୋ): ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ସକାଳ ୬ଟା ସୁଦ୍ଧା ୬୧୩ ଫୁଟରେ ପହଁଚିଛି ଜଳଭଣ୍ଡାରର ଜଳସ୍ତର ।
ପ୍ରତି ସେକେଣ୍ଡରେ ଡ୍ୟାମକୁ ୧,୪୦,୫୭୫ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪୦,୦୦୦ ଘନଫୁଟ୍ ବନ୍ୟାଜଳ ।
ସେପଟେ ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଡ୍ୟାମ୍ ର ଗେଟ୍ । ନିଷ୍ମାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ ।