ପୁରୀ (ଏଟିଆର ବ୍ୟୁରୋ): ଆଜି ସନ୍ଧ୍ୟାରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରୀ ଭକ୍ତ ନିବାସରେ ଅପରାହ୍ନ ୫ ଟାରେ ବସିବ ବୈଠକ । ବୈଠକରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।
ଏହାସହିତ ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗର ସଦସ୍ୟ, ପରିଚାଳନା କମିଟିର ସେବାୟତ ସଦସ୍ୟ ଆଦି ଉପସ୍ଥିତ ରହିବେ ।