ଭୁବନେଶ୍ୱର (ଏଟିଆର ବ୍ୟୁରୋ): କମୁଛି ଶୀତ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଉପରେ ରହିଛି । ଏହାସହିତ ଆସନ୍ତା ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ଏବଂ ବୁଧବାର ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେହିପରି ୩ ତାରିଖରେ ରାଜ୍ୟ କିଛି ଜିଲ୍ଲା ତଥା ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ, ଦେବଗଡର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାସହିତ ୪ ତାରିଖରେ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି ।