ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଏବେଠୁ ତାତି ଅସହ୍ୟ । ଆଗକୁ ଆହୁରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଜ୍ଞା ହଁ ଆରବ ସାଗର ଆଡୁ ପୂର୍ବ ଭାରତ ଆଡକୁ ପ୍ରଭାବିତ ହେଉଥିବା ଆଦ୍ର ବାୟୁ ବନ୍ଦ ହେବା ଯୋଗୁଁ ଏବଂ ବାୟୁମଣ୍ଡଳର ଉପରି ଭାଗରେ ଏକ ଟ୍ରଫ୍ ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ଥିବା ହେତୁ ରାଜ୍ୟରେ ଆସନ୍ତା ୧୩ ତାରିଖରୁ ବୃଦ୍ଧି ପାଇବ ଦିନ ତାପମାତ୍ରା । ଏନେଇ ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି ।
ଗତକାଲି ରାଜ୍ୟର ୧୩ ଟି ସହରରେ ୩୫ ଡିଗ୍ରୀ ସେଲସିୟସ ଉପରେ ରହିଥିଲା ସର୍ବୋଚ୍ଚ ତାପମାତ୍ରା ।