ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ଖରା ତାତି । କଲବଲ କରୁଛି ଖରା । ଡହଡହ ଖରା ସାଙ୍ଗକୁ ଅସମ୍ଭାଳ ଗରମ । ଦିନ ୯ଟା ପରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି । ସୋମବାର ରାଜ୍ୟର ୪ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି ।
ରାଜ୍ୟରେ ତାପମାତ୍ରା କମ ହୋଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି ବୋଲି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ.ଶରତ ସାହୁ କହିଛନ୍ତି । ଅନ୍ୟପଟେ ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।