ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିବ ରାତି ତାପମାତ୍ରା କମିବ ଶୀତ ପ୍ରକୋପ । ଏହାସହିତ କୁହୁଡି ମଧ୍ୟ ବୃଦ୍ଧି ହେବ । ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ କୁହୁଡି ବଢିବ । ବିଳମ୍ବିତ ରାତିରୁ ସକାଳ ଯାଏଁ କୁହୁଡି ଲାଗି ରହିବ । କୁହୁଡି ନେଇ ଉପକୂଳ ଓ ପାଶ୍ୱର୍ବର୍ତ୍ତି ଆଭ୍ୟନ୍ତରୀଣ ଅଞ୍ଚଳକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।
୧୩, ୧୪ ଓ ୧୫ ତାରିଖ ରାତି ଓ ସକାଳେ କୁହୁଡି ହେବାର ସମ୍ଭାବନା ରହିଛି । ସେନେଇ ରାସ୍ତାରେ ଯାତାୟତ ବେଳେ ସତର୍କତା ରହିବାକୁ କୁହାଯାଇଛି ।