ଭୁବନେଶ୍ୱର (ଏଟିଆର ବ୍ୟୁରୋ): କାଳବୈଶାଖୀ ଯୋଗୁଁ ପାଗରେ ଆସିଛି ପରିବର୍ତ୍ତନ । ଅସହ୍ୟ ତାତିରୁ ମିଳିଛି ଆଶ୍ୱସ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ଜାରି ରହିବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନମୁାନ କରିଛି । କିଛି ସ୍ଥାନରେ ଘଡଘଡି ସହ କୁଆପଥର ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ହିମାଳୟ ପାଦଦେଶରୁ ପଶ୍ଚିମବଙ୍ଗ ଓ ସିକିମ୍ ଦେଇ ଛତିଶଗଡ ଯାଏଁ ଏମ ନିମ୍ନ ଚାପରେଖା ସୃଷ୍ଟି ହୋଇଛି । ଏହାଦ୍ୱାରା ଓଡିଶା ଉପକୂଳ ନିକଟରେ ମଧ୍ୟ ଏକ ନିମ୍ନ ଚାପରେଖା ଘୂର୍ଣ୍ଣିବଳୟ ଆକାରରେ ପ୍ରଭାବ ପକାଇଛି । ଏନେଇ ଅସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।