ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଦଳିଲା ପାଗ । ବଢିଲା ରାତି ତାପମାତ୍ରା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବୃଦ୍ଧି ପାଇବା ହେତୁ ଶୀତ ଲହରି ହ୍ରାସ ପାଇଛି ।
ସେପଟେ ଓଡିଶା ଉପକୂଳ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।