ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେଉଥିବା ବେଳେ ଆଉ କିଛି ସ୍ଥାନରେ ପାଗ ମେଘୁଆ ରହିଛି । ଆସନ୍ତା ୧୪ ତାରିଖରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାଣ୍ଣି ଜାରି କରିଛି ପାଣିପାଗ ବିଭାଗ ।
ସେପଟେ ଶ୍ରାବଣ ମାସ ହେଲେ ମଧ୍ୟ ରାଜ୍ୟରେ ନିଅଣ୍ଟିଆ ବର୍ଷା ଦେଖା ଦେଇଛି । ଜୁନ୍ ୧ ରୁ ଏବେ ସୁଦ୍ଧା ୨୩୨.୭ ମିମି ବର୍ଷା ରେକର୍ଡ କରାଯାଇଛି । ଚାଷ କରିବା ପାଇଁ ବଡ ବର୍ଷାକୁ ଅପେକ୍ଷା କରି ରହିଛି ଚାଷୀ ।