ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁର୍ବଳ ହୋଇଛି ଲଘୁଚାପ । କିନ୍ତୁ ଦକ୍ଷୀଣ ଆଭ୍ୟନ୍ତରୀଣ ଓଡିଶା ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ସେହିପରି ମୌସୁମୀ ନିମ୍ନଚାପରେଖା ତାର ସ୍ୱଭାବିକ ଅବସ୍ଥାନକୁ ଫେରିଛି । ଏହାର ପ୍ରଭାବରେ ଦକ୍ଷୀଣ ଆଭ୍ୟନ୍ତରୀଣ ଓଡିଶାରେ ଆସନ୍ତାକାଲି ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପ୍ରବଳ ବର୍ଷା ନେଇ ଆଜି ୧୩ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦ୍ରାପଡା, ଜଗିସିଂହପୁର,ଯାଜପୁର,ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ,ବରଗଡ,ସମ୍ବଲପୁର,ଝାରସୁଗୁଡା, ସୁନ୍ଦରଗଡ,ଦେବଗଡ ।