ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ରଥ ଯାତ୍ରା । ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ଭକ୍ତ ଶୂନ୍ୟ ହେବ ରଥଯାତ୍ରା । କୌଣସି ଭକ୍ତ ବଡ ଦାଣ୍ଡକୁ ଆସି ପାରିବେ ନାହିଁ ମହାପ୍ରଭୁଙ୍କ ରଥକୁ ଟାଣି ପାରିବେ ନାହିଁ । ଚଳିତ ବର୍ଷ କୋଭିଡ ୧୯ ପାଇଁ କଟକଣା ଯୁକ୍ତ ହେଉଛି ରଥଯାତ୍ରା । କେବଳ କମ ସେବାୟରେ ରଥ ଟଣା ନୀତି ଅନୁଷ୍ଠିତ ହେବ ।
କୋଭିଡ୧୯ ର ଗାଇଡ୍ ଲାଇନ୍ ଅନୁସାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତିନୋଟି ରଥକୁ ଟାଣିବା ଲାଗି ମୋଟ ୧୫୦୦ ସେବାୟତଙ୍କୁ ଚୟନ କରାଯାଇଛି । ପ୍ରତ୍ୟେକ ରଥକୁ ୫୦୦ ଲେଖାଁଏ ସେବାୟତ ଟାଣିବେ ।
କିନ୍ତୁ ସବୁଠାରୁ ବଡ କଥା ହେଲା ଚଳିତ ବର୍ଷ ରଥ ଉପରେ ଅଧିକ ସଂଖ୍ୟକ ସେବାୟତ ରହି ପାରିବେ ନାହିଁ । ପ୍ରତ୍ୟେକ ରଥରେ ୧୦ ଜଣ ଲେଖାଁଏ ସେବାୟତ ରହିବେ ।