ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ଦେବ-ଦୀପାବଳୀ । ଏହି ନୀତି ତିନି ଦିନ ଧରି ଚାଲିବାକୁ ଥିବା ବେଳେ ଆଜି ଦ୍ୱିତୀୟ ଦିନ । ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ କରିଥାନ୍ତି । ପରମ୍ପରା ମୁତାବକ, ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିଥିରେ ଏହି ନୀତି ପାଳନ କରାଯିବାର ବିଧି ରହିଛି ।
ସେହିଅନୁଯାୟୀ, ଆଜି ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି । ଆଜି ସନ୍ଧ୍ୟା ଧୂପ ବଢିବା ପରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି ।