ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ଦ୍ୱିତୀୟ ଦିନ । ନବରାତ୍ରୀର ନଅ ଦିନ ଯାକ ଦେବୀ ଦୁର୍ଗାଙ୍କ ନଅ ସ୍ୱରୂପଙ୍କୁ ପୂଜା କରିବାର ବିଧି ରହିଥିବା ବେଳେ ପ୍ରଥମ ସ୍ୱରୂପ ଶୈଳପୁତ୍ରୀଙ୍କୁ ଗତକାଲି ପୂଜା କରାଯାଇଥିଲା । ସେହିପରି ଆଜି ମାଙ୍କର ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କ ପୂଜା କରାଯାଉଛି । ଏଠାରେ ବ୍ରହ୍ମ ଶଦ୍ଦ ର ଅର୍ଥ ତପସ୍ୟା । ବ୍ରହ୍ମଚାରିଣୀ ଅର୍ଥାତ୍ ତପର ଚାରିଣୀ । ମାଙ୍କର ବ୍ରହ୍ମଚାରିଣୀ ସ୍ୱରୂପ ପୂଣ୍ୟ ଜ୍ୟୋତିର୍ମୟ ଏବଂ ଅତ୍ୟନ୍ତ ଭବ୍ୟ । ମା ତାଙ୍କ ଡାହାଣ ହସ୍ତରେ ଜପମାଳା ଏବଂ ବାମ ହସ୍ତରେ କମଣ୍ଡଳ ଧାରଣ କରିଥାନ୍ତି ।
ପୂଜା ର ଲାଭ:
ଦେବୀ ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ଦ୍ୱାରା ଅନନ୍ତ ଫଳ ପ୍ରାପ୍ତି ଏବଂ ତପ, ତ୍ୟାଗ , ବୈରାଗ୍ୟ, ସଦାଚାର, ସଂୟମ ଭଳି ଗୁଣ ବୃଦ୍ଧି ହୋଇଥାଏ । ଜୀବନରେ କଠିନ ସଂଘର୍ଷରେ ମଧ୍ୟ ବ୍ୟକ୍ତି ନିଜ କର୍ତ୍ତବ୍ୟରୁ ବିଚଳିତ ହୁଏ ନାହିଁ । ମା ବ୍ରହ୍ମଚାରିଣୀଙ୍କ କୃପାରୁ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତି ହୋଇଥାଏ ।