ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ତୃତୀୟ ଦିନ । ଏହିଦିନ ମା ଦୁର୍ଗାଙ୍କ ତୃତୀୟ ସ୍ୱରୂପ ମା ଚନ୍ଦ୍ରଘଣ୍ଟାଙ୍କୁ ଆରାଧନା କରିବାର ବିଧି ରହିଛି । ସେଥିପାଇଁ ତୃତୀୟ ଦିନରେ ପୂଜା ପାଉଛନ୍ତି ମା ଚନ୍ଦ୍ରଘଣ୍ଟା ।
ମା ଚନ୍ଦ୍ରଘଣ୍ଟାଙ୍କର ଏହି ସ୍ୱରୂପ ଖୁବ୍ ଶାନ୍ତିଦାୟକ ଏବଂ କଲ୍ରଶଣକାରୀ । ମାଙ୍କରଏହି ସ୍ୱରୂପ ବାଘ ଉପରେ ବିରାଜମାନ କରିଥାନ୍ତି । ମା ତାଙ୍କ ଗଳାରେ ଧଳା ମାଳ ଧାରଣ କରିଥାନ୍ତି ।
ଧର୍ମଶାସ୍ତ୍ର ଅନୁସାରେ ନବରାତ୍ରୀର ତୃତୀୟ ଦିନ ମାଙ୍କର ଏହତ ସ୍ୱରୂପ ତଥା ମା ଚନ୍ଦ୍ରଘଣ୍ଟାଙ୍କୁ ବିଧିବିଧାନ ସହ ପୂଜାର୍ଚ୍ଚନା କଲେ ମାଙ୍କର କୃପା ପ୍ରାପ୍ତି ହୋଇଥାଏ । ଏହାସହିତ ମାଙ୍କର ଆରତୀ କରିବା ଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।