ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା କାଲି ଧନତେରସ । ଏହିଦିନ ଘରକୁ ନୂତନ ଜିନିଷ କିଣିକି ଆଣିବା ଶୁଭ ହୋଇଥାଏ । କୁହାଯାଏ କି କିଣା ଯାଇଥିବା ଜିନିଷରେ ମା ଲକ୍ଷ୍ମୀ ୧୩ ଗୁଣା ବୃଦ୍ଧିର ଆର୍ଶିବାଦ ପ୍ରଦାନ କରିଥାନ୍ତି । ସେହିପରି ଶାସ୍ତ୍ର ଅନୁଯାୟୀ ଧନତେରସରେ କିଛି ଜିନିଷ ଦେଖିବା ଖୁବ୍ ଶୁଭ ହୋଇଥାଏ । ଏହାଦ୍ୱାରା ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠେ ଏବଂ ଆର୍ଥିକ ସମସ୍ୟା ଦୂର ହୁଏ । ତେବେ ଆସନ୍ତୁ ଜାଣିବା ଧନତେରସରେ କେଉଁ ଜିନିଷ ଦେଖିବା ଶୁଭ ହୋଇଥାଏ ।
କିନ୍ନରଙ୍କୁ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ । ତାଙ୍କ ଆର୍ଶିବାଦରେ ଗରିବ ମଧ୍ୟ ଧନୀ ହୋଇଥାଏ । ଧନତେରସରେ କିନ୍ନରଙ୍କୁ ଦେଖିବା ଶୁଭତାର ପ୍ରତୀକ । ବିଶ୍ୱାସ ରହିିଛି କି ଧନତେରସରେ ଯଦି କୌଣସି କିନ୍ନର ସ୍ୱଇଛାରେ କଏନ ଟି ବ୍ୟକ୍ତିଙ୍କୁ ଧାନ କରନ୍ତି ତେବେ ଅପାର ଧନର ଯୋଗ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
ଧନତେରସରେ ରାସ୍ତାରେ କଏନ ମିଳିବା ମଙ୍ଗଳକାରୀ ହୋଇଥାଏ । ଏହା ସୌଭାଗ୍ୟ ବୃଦ୍ଧିର ଇଶାରା ବୋଲି କୁହାଯାଏ । ରାସ୍ତାରେ ଦେଖିଥିବା କଏନକୁ ଯଦି ଉଠାଇ ନେଇ ଧନ ରଖିବା ସ୍ଥାନରେ ସମ୍ଭାଳିକି ରଖିବେ ତେବେ ଏଥିରେ ଉନ୍ନତି ହେବ ।
ସାଧାରଣତଃ ଘରେ ଝିଟିପିଟି ଦେଖାଯାଇଥାନ୍ତି । କିନ୍ତୁ ଶକୁନ ଶାସ୍ତ୍ର ଅନୁସାରେ ଧନତେରସ ସନ୍ଧ୍ୟା ପୂଜା ପରେ ଝିଟିପିଟି ଦେଖିବା ମା ଲକ୍ଷ୍ମୀ ପ୍ରସନ୍ନ ହେବାର ସୂଚକ । ଏହାକୁ ଦେଖିବା ଧନ-ଦୌଲତରେ ବୃଦ୍ଧିର ସଂକେତ ।
ଧନତେରସରେ ଧଳା ବିଲେଇ ନଜର ଆସିବା ଖୁବ୍ ଶୁଭ । ଏହାଦ୍ୱାରା ଦୀର୍ଘ ଦିନରୁ ଅଟକି ଯାଇଥିବା କାର୍ଯ୍ୟ ସଫଳ ହୋଇଥାଏ ।