କଟକ(ଏଟିଆର ବ୍ୟୁରୋ): ଆଉ ୨ ଦିନ ପରେ କଟକରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । ତେବେ ଏହାକୁ ନେଇ ସାରା ରାଜ୍ୟର ଲୋକ ମାନେ ବେଶ ଉତ୍ସାହିତ ହୋଇ ଅଛନ୍ତି । ଏଥର ବାଲିଯାତ୍ରାରେ କଣ ରହିବ ବିଶେଷ ଆକର୍ଷଣ ତାହା ଦେଖିବାକୁ ବିଭିନ୍ନ ଜାଗାରୁ ଲୋକ ମାନଙ୍କ ଭିଡ ଆରମ୍ଭ ହୋଇଯିବ । ସେଥିପାଇଁ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଏହି ଭିଡକୁ ଆୟତ୍ତରେ ରଖିବା ପୋଲିସ ପ୍ରଶାସନ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ । ବାଲିଯାତ୍ରା ହେଉଥିବା ଉଭୟ ତଳ ଓ ଉପର ପଡିଆକୁ ୬୫ପ୍ଲାଟୁନ ପୋଲିସ ଫୋର୍ସ ଜଗିବେ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳଛି ।
ଭିଡ ସମୟରେ ଚୋରି ହେବାର ସମ୍ଭାବନା ଅଧିକ ଥିବାରୁ ଏହା ମଧ୍ୟ ପୋଲିସ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିବ ବୋଲି ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି । ବାଲିଯାତ୍ରାରେ ଭିଡକୁ ନଜରରେ ରଖି ଅଧିକ ପାର୍କିଂ ବ୍ୟବସ୍ଥା କରାଯାଇଛି । ଏହା ସହ ସମ୍ପୂର୍ଣ୍ଣ ଟ୍ରାଫିକ ବ୍ୟବସ୍ଥା ଉପରେ ଜଣେ ଡିସିପିଙ୍କ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି । ଅପରାଧି ମାନଙ୍କୁ ରୋକିବା ପାଇଁ ବାଲିଯାତ୍ରାର ଉଭୟ ପଡିଆରେ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯିବ । ଭିଡ ଭିତରେ ସାଧା ପୋଷାକଧାରୀ ପୋଲିସ ମୁତୟନ କରାଯିବ ସହଂ ପାଟ୍ରେଲିଂ ପାଇଁ ସତନ୍ତ୍ର ଆର୍ମ ପୋର୍ସ ବୁଲିବେ ବୋଲି ଡିସିପି କହିଛନ୍ତି । ବାଲିଯାତ୍ରା ସମୟରେ କାର୍ତ୍ତିକେଶ୍ବର ଭସାଣୀ ହେଉଥିବାରୁ ଦୁଇ ଦିନ ପାଇଁ ମେଢ ଯାଉଥିବା ରାସ୍ତାରେ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।