ଆଜି ହେଉଛି ନବରାତ୍ରିର ଷଷ୍ଠ ଦିନ । କୁହାଯାଏ ମା’ଦୁର୍ଗା ଆଜିର ଦିନରେ କାତ୍ୟାୟିନି ରୁପ ଧାରଣ କରିଥିଲେ । ଏହି କାତ୍ୟାୟିନି ରୁପ ଧାରଣ କରି ମା’ଦଶମ ଦିନରେ ମହିଷାସୁରର ବଦ୍ଧ କରିଥିଲେ । ତେବେ ଚାଲନ୍ତୁ ଜାଣିବା ମା’ କାତ୍ୟାୟିନିଙ୍କ ବିଷୟରେ । ମା’ କାତ୍ୟାୟିନି ହେଉଛନ୍ତି ମା’ ଦୁର୍ଗାଙ୍କପ ନବରାତ୍ରୀରେ ଷଷ୍ଠ ରୁପ । ଏହା ହେଉଛି ମାଙ୍କର ଷଷ୍ଟତମ ଶକ୍ତି । କାତ୍ୟ ଗୋତ୍ରର ବିଶ୍ୱପ୍ରସିଦ୍ଧ ମହାରୁଷି କତ୍ୟାୟନ ମା’ଭଗବତିଙ୍କର କଠିନ ଉପସନା କରିଥିଲେ । ତାଙ୍କ ଇଚ୍ଛା ଥିଲା ତାଙ୍କୁ ଏକ ସୁନ୍ଦର ଶିଶୁ କନ୍ୟା ପ୍ରାପ୍ତ ହେଉ ବୋଲି । ସେ ଝିଅ ସନ୍ତାନ ପାଇଁ ମା’ଙ୍କର ଉପସନା କରିଥିଲେ । ତେଣୁ ତାଙ୍କର କଠୋର ତପସ୍ୟାରେ ପ୍ରସନ୍ନ ହୋଇ ମା’ଦୁର୍ଗା , ରୁଷିଙ୍କ ଘରେ ତାଙ୍କ ଝିଅ ରୂପେ ଜନ୍ମ ନେଇଥିଲେ । ମହାରୁଷି କାତ୍ୟାୟନଙ୍କ ଘରେ ଜନ୍ମ ନେବା ହେତୁ ତାଙ୍କୁ କାତ୍ୟାୟିନି କୁହାଯାଏ । ଆହୁରି ମଧ୍ୟ ଅନ୍ୟ କାରଣ ରହିଛି ଯେ ଯେତେବେଳେ ରାକ୍ଷସ ମହିଷାସୁରର ଅତ୍ୟାଚାର ପୃଥିବୀ ଉପରେ ବଢିଗଲା , ସେତେବେଳେ ତ୍ରିଦେବ ଏକ ଦେବିଙ୍କୁ ତିଆରି କରିଥିଲେ , ମହାରୁଷି କତ୍ୟାୟନ ତାଙ୍କର ପ୍ରଥମେ ପୂଜା କରିଥିଲେ , ତେଣୁ ମା’ଦୁର୍ଗାଙ୍କୁ କାତ୍ୟାୟନି କୁହାଯାଏ ।
ମା’ କାତ୍ୟାୟିନି ଭାଗ୍ୟଶାଳୀ ଗ୍ରହ ବୃହଷ୍ପତିକୁ ନିୟନ୍ତ୍ରଣ କରି ଥାଆନ୍ତି । ମା’କାତ୍ୟାୟିନିଙ୍କ ହାତ ସବୁବେଳେ ସୁର୍ଯ୍ୟଙ୍କ ପରି ଉଜ୍ଜ୍ୱଳିତ । ମା’ତାଙ୍କ ହାତରେ ଖଣ୍ଡା ଓ ପଦ୍ମ ଫୁଲ ଧାରଣ କରିଥାଆନ୍ତି । ମା’ କାତ୍ୟାୟନିଙ୍କ ବାହାନ ହେଉଛି ସିହଂ । ସେ ଶତ୍ରୁ ଓ ପାପୀ ରାକ୍ଷସର ବିନାଶ କରି ଥାଆନ୍ତି । ସୁସ୍ଥ ରହିବା ପାଇଁ ଓ ମାନସିକ ଓ ଶାରିରିକ ସୁସ୍ଥତା ପାଇଁ ମା’ କାତ୍ୟାୟିନିଙ୍କୁ ଆରାଧନା କରାଯାଏ । ମା’ଙ୍କୁ ସୁଦ୍ଧ ମହୁର ଭୋଗ ଲଗାଯାଏ । ମା’ କାତ୍ୟାୟିନିଙ୍କୁ ଗେଣ୍ଡୁ ଫୁଲ ଭଲ ଲାଗେ , ତେଣୁ ତାଙ୍କୁ ଗେଣ୍ଡୁ ଫୁଲ ଲଗାଯାଇ ପୂଜା କରାଯାଏ । ମା’କାତ୍ୟାୟିନିଙ୍କ ରୁପ ବୈଭୟ ଓ ଦିବ୍ୟମୟ ଅଟେ । ମା’ କାତ୍ୟାୟିନି ନିଜ ଭକ୍ତଙ୍କୁ ଅର୍ଥ , ମୋକ୍ଷ ପ୍ରଦାନ କରି ଥାଆନ୍ତି , ଧର୍ମରେ ଚାଲିବା ପାଇଁ ପ୍ରବର୍ତ୍ତାଇ ଥାଆନ୍ତି ଓ ଭଲ ବାଟ ଦେଖାଇ ଥାଆନ୍ତି । ମା’ କାତ୍ୟାୟନିଙ୍କ ମନ୍ଦିର କର୍ଣାଟକ, ୟୁପି , କେରଳ ଓ ମହାରଷ୍ଟ୍ରରେ ରହିଛି ।