ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ନବରାତ୍ରୀର ଅଷ୍ଟମୀ । ଏହିଦିନ ମହାଗୌରୀଙ୍କୁ ପୂଜା କରିବାର ବିଧି ରହିଛି । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିକୁ ମହାଷ୍ଟମୀ ଭାବେ ପାଳନ କରାଯାଏ । ଏହିଦିନ ମା ଦୁର୍ଗାଙ୍କ ଅଷ୍ଟମ ସ୍ୱରୂପ ମା ମହାଗୌରୀଙ୍କୁ ପୂଜା କରାଯାଏ । ମା ମହାଗୌରୀଙ୍କୁ ମା ପାର୍ବତୀଙ୍କ ରୂପ ବୋଲି କୁହାଯାଇଥାଏ । ପୌରାଣିକ କଥାନୁସାରେ ଭଗବାନ ଶିବଙ୍କୁ ପାଇବା ପାଇଁ ପାର୍ବତୀ କଠୋର ତପସ୍ୟା କରିଥିଲେ । ଯେଉଁଥିପାଇଁ ମାଙ୍କ ରଙ୍ଗ କଳା ପଡିଯାଇଥିଲା । ଏହାପରେ ଭଗବାନ ଶିବ , ପାର୍ବତୀଙ୍କ ଉପରେ ଗଙ୍ଗାଜଳ ଛିଞ୍ଚି ତାଙ୍କୁ ପୁର୍ନବାର ଗୌର ବଣ୍ଣ କରିଦେଇଥିଲେ । ସେବେଠାରୁ ପାର୍ବତୀଙ୍କୁ ମହାଗୌରୀ ରୂପେ ଜଣାଯାଇଥାଏ ।
ମହାଗୌରୀଙ୍କ ଏହି ସ୍ୱରୂପ ସମସ୍ତ ଗୌର ରଙ୍ଗର ବସ୍ତ୍ର ଏବଂ ଅଳଙ୍କାର ମାନ ଧାରଣ କରିଥାନ୍ତି । ମା’ଙ୍କର ଚାରୋଟି ଭୂଜ ରହିଛି । ମା’ ବୃଷଭ ଉପରେ ବସି ହସ୍ତରେ ଅଭୟ ମୁଦ୍ରା , ତ୍ରୀଶୁଳ, ଡମ୍ବରୁ ଏବଂ ବର ମୁଦ୍ରା ଧରି ଧରା ପୃଷ୍ଠରେ ବିରାଜମାନ କରିଥାନ୍ତି ।
ମହାଗୌରୀଙ୍କ ପ୍ରିୟ ହେଉଛି ଚମେଲି ଫୁଲ ଏବଂ କେଶର । ସେଥିପାଇଁ ମାଙ୍କୁ ପୂଜା କରିବା ବେଳେ ଏହି ଦୁଇଟି ଫୁଲ ଲଗାଇବା ସହ ମିଠା ଭୋଗ ଲଗାନ୍ତୁ । ମା’ଙ୍କ ଏହି ରୂପକୁ ପୂଜା କରିବା ଦ୍ୱାରା ଭକ୍ତି ଏବଂ ଶକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।