ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂଜା ପାଇଁ ଉତ୍ସବ ମୁଖର ପୁରା ପରିବେଶ । ଆଜି ନବରାତ୍ରୀର ମହାନବମୀ ପୂଜା । ଏହି ଅବସରରେ ମା ଦୁର୍ଗାଙ୍କର ନବମ ସ୍ୱରୂପ ମା ସିଦ୍ଧିଦାତ୍ରୀଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି । ମାନ୍ୟତ ରହିଛି କି ମା ସିଦ୍ଧିଦାତ୍ରୀ ବିଧିପୂର୍ବକ ପୂଜାର୍ଚ୍ଚନା କରିବା ଦ୍ୱାରା ଭକ୍ତଙ୍କୁ ସିଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ମୋକ୍ଷ ମିଳିଥାଏ ।
ଚାରି ଭୂଜ ବିଷିଷ୍ଟ ମା ସିଦ୍ଧିଦାତ୍ରୀ ଲାଲ ରଙ୍ଗର ଶାଢୀ ପିନ୍ଧି ପଦ୍ମଫୁଲ ଉପରେ ବିରାଜମାନ । ତାଙ୍କ ଡାହାଣ ପଟ ନିମ୍ନ ହସ୍ତରେ ଚକ୍ର, ଉପର ହସ୍ତରେ ଗଦା, ବାମ ପଟର ନିମ୍ନ ହସ୍ତରେ ଶଙ୍ଖ ଏବଂ ଉପର ହସ୍ତରେ ପଦ୍ମଫୁଲ ରହିଛି ।
ମହାନବମୀରେ ସିଦ୍ଧିଦାତ୍ରୀଙ୍କ ପୂଜାରେ ସିଦ୍ଧିଦାତ୍ରୀଙ୍କ ମନ୍ତ୍ର ୟା ଦେବି ସର୍ବଭୁତେଷୁ ସିଦ୍ଧିରୂପେଣ ସଂସ୍ତିତା , ନମତସୈ, ନମତସୈ, ନମତସୈ ନମୋ ନମଃ ।