ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଭିନେତା କରଣ କୁନ୍ଦ୍ରାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଟେଲି ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ମୁହଁ ଖୋଲିଛନ୍ତି । ବାରମ୍ବାର ତାଙ୍କୁ ତାଙ୍କ ବିବାହ କଥା ପଚରା ଯାଉଥିବାରୁ ମଜାଳିଆ ଅନ୍ଦାଜରେ ସେ ଏହାର ଜବାବ ଦେଇଛନ୍ତି ।
ସୋସିଆଲ ମିଡିଆରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଏକ ରିଲ୍ ଅଟେ । ରିଲ୍ ଟି ଏବେ ଖୁବ୍ ଭାଇରାଲ ମଧ୍ୟ ହେଉଛି । ତେଜସ୍ୱୀ ଏଥିରେ ଲିପ୍ ସିଙ୍ଗ କରି କହିଛନ୍ତି କି ମୁଁ ଜାଣିନି ମୋ ପଚାରନ୍ତୁ ନାହିଁ ।