ଯାଜପୁର (ଏଟିଆର ବ୍ୟୁରୋ): ଆଜି ହେଉଛି ଇଂରାଜୀ ନବବର୍ଷ । ଏହି ଅବସରରେ ଯାଜପୁର ବିରଜା ମନ୍ଦିରରେ ମାଙ୍କ ପୂଜାର୍ଚ୍ଚନା କରାଯାଇଛି । କୋଭିଡ ନିୟମ ପାଳନ କରି ସକାଳୁ ସକାଳୁ ମାଙ୍କ ଦର୍ଶନ କରିଛନ୍ତି ଭକ୍ତ ।
ନୂଆବର୍ଷରେ ଭିଡକୁ ଦୃଷ୍ଟିର ରଖି ଅନେକ ସ୍ଥାନରେ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ କୋଭିଡ ଗାଇଡଲାଇନ ପାଳନ କରି ବିରଜା ମନ୍ଦିରରେ ମାଙ୍କ ଦର୍ଶନ କରୁଛନ୍ତି ଭକ୍ତ । ସୁରକ୍ଷା ପାଇଁ ପୋଲିସ ମଧ୍ୟ ମୁତୟନ କରାଯାଇଛି ।