ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି ନବରାତ୍ରୀ । ଏହି ଅବସରରେ ମା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇବା ପାଇଁ ଭକ୍ତଙ୍କ ଉତ୍ସାହ ବଳବତ୍ତର ରହିଛି । ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ୨୦ ହଜାର ଶ୍ରଦ୍ଧାଳୁ ପଞ୍ଜିକରଣ ପରି ବୈଷ୍ଣୋ ଦେବୀ ଭବନକୁ ପ୍ରସ୍ଥାନ କରିସାରିଥିଲେ । ସେହିପରି ପଞ୍ଜିକରଣ କକ୍ଷ ବନ୍ଦ ହେବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ସଖ୍ୟା ୨୫ ହଜାର ପାର୍ ହୋଇଯାଇଥିଲା ।
ଏପର୍ଯ୍ୟନ୍ତ ପାଖାପାଖି ୭୫ ହଜାର ଶ୍ରଦ୍ଧାଳ ମା ବୈଷ୍ଣୋ ଦେବୀଙ୍କ ଦର୍ଶନ କରି ସାରିଲେଣି । ଏହାସହିତ ରୋପୱେ ସେବା ଆରମ୍ଭ ହେବା ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଭୈରବ ଘାଟିରେ ଦର୍ଶନ ପାଇଁ ପହଁଚିଛନ୍ତି ଶ୍ରଦ୍ଧାଳୁ ।