ନୟାଗଡ (ଏଟିଆର ବ୍ୟୁରୋ):ନୟାଗଡର ଓଡଗାଁ ଭଗବାନ ରଘୁନାଥଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ । ଏହି ମନ୍ଦିରରେ ଶ୍ରୀରାମଚନ୍ଦ୍ରଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ ।
ଏହି ମନ୍ଦିରର ମୁଖ୍ୟ ପର୍ବ ହେଉଛି ରାମନବମୀ । ଏହି ଅବସରରେ ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ମାନଙ୍କ ସମାଗମ ଦେଖାଦେଇଥାଏ ।
ନୟାଗଡ ସହର ଠାରୁ ୨୬ କିଲୋମିଟର ଦୂରତାରେ ରହିଛି ଓଡଙ୍ଗା ରଘୁନାଥ ମନ୍ଦିର ।
୧୯୦୩ ମସିହାରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ମନ୍ଦିରରେ ଥିବା ଏକ କଳସ ସମ୍ପୂର୍ଣ୍ଣ ସୁନାରେ ନିର୍ମିତ । ମନ୍ଦିର ଭିତର ପାଶ୍ୱର୍ରେ ଏକ ଛୋଟିଆ ସଂଗ୍ରହାଳୟ ରହିଛି ।