ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀଜିଉଙ୍କ ତିନି ରଥରେ ବିଜେ ହେବ ଆଜ୍ଞାମାଳ । ଆଷାଢ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ରଥରେ ଅଜ୍ଞାମାଳ ବିଜେ କରାଯିବାର ବିଧି ରହିଛି । ଆଜ୍ଞାମାଳ ବିଜେ ହେବା ପରେ ତିନି ରଥକୁ ରଥଖଳାରୁ ଟଣା ହୋଇ ସଂହଦ୍ୱାର ସମ୍ମୁଖକୁ ନିଆଯାଇଥାଏ । କିନ୍ତୁ ଆଜି ଆଜ୍ଞାମାଳ ଆସିବା ପରେ ଯଦି ରଥ ନଗଡିବ ତେବେ ଆଗାମୀ ନୀତି କାନ୍ତି ବନ୍ଦ ହେବାର ଆଶଙ୍କା ରହିଛି ।
ତେବେ ରଥଯାତ୍ରାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ସେପଟେ ଚଳିତବର୍ଷ ରଥ ଯାତ୍ରା ହେବ କି ନାହିଁ ସ୍ପଷ୍ଟ ହୋଇ ନାହିଁ । ସେଥିପାଇଁ ଆଜି ସୁପ୍ରିମ କୋର୍ଟରେ ରଥ ଯାତ୍ରାକୁ ନେଇ ଶୁଣାଣି ହେବ । ସୁପ୍ରିମକୋର୍ଟର ଏହି ଶୁଣାଣି ପାଇଁ କୋଟି କୋଟି ଭକ୍ତ ଭକ୍ତ ଚାହିଁ ବସିଛନ୍ତି । ଅନ୍ୟପଟେ ସୁପ୍ରିମକୋର୍ଟର ଶୁଣାଣି ପୂର୍ବରୁ ରଥରେ ଆଜ୍ଞାମାଳ ବିଜେ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।