ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ଶିବଙ୍କର ଅନେକ ରୂପ ବା ନାଁ ରହିଛି । ସେହିପରି ପ୍ରତ୍ୟେକ ନାଁର ମହିମା ମଧ୍ୟ ରହିଛି । ଏହାବ୍ୟତିତ ପ୍ରତ୍ୟେକ ନାଁରେ ବିଶେଷ ଶକ୍ତି ଲୁଚିକି ରହିଥାଏ । ଏହି ଶକ୍ତି ଅନେକ ସମସ୍ୟାକୁ ସମାଧାନ କରି ଜୀବନରେ ସୁଖର ସଂଚାର କରିଥାଏ । ତେବେ ଆସନ୍ତୁ ଜାଣିବା ଭଗବାନ ଶିବଙ୍କର ଅଲଗା ଅଲଗା ନାଁକୁ ଜପିବାର ମହତ୍ୱ ।
ବିଶ୍ୱମ୍ବର ନାମରୁ ମିଳିବ ରୋଜଗାର: ଚାକିରୀ ପାଇଁ ଭଗବାନ ଶିବଙ୍କର ବିଶ୍ୱମ୍ବର ନାମକୁ ଜପନ୍ତୁ । ଏହି ନାଁକୁ ପ୍ରତି ମୂହୂର୍ତ୍ତରେ ଜପିବା ଦ୍ୱାରା ବହୁତ ଶୀଘ୍ର ରୋଜଗାର ସମସ୍ୟାର ସମାଧନ ହୋଇଥାଏ ।
ମହେଶ୍ୱର ନାମରୁ ଚାଲିବ କାରୋବାର: କାରୋବାର ବଢାଇବା ପାଇଁ ଭଗବାନ ଶିବ ‘ମହେଶ୍ୱର ’ ନାମକୁ ପ୍ରୟୋ କରନ୍ତୁ । ଏହି ନାଁକୁ ଜପି ଜପି କାମ କରିବାକୁ ବାହାରନ୍ତୁ । ଏହାଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହେବ ଏବଂ ସଫଳତା ମିଳିବ ।
ଆଶୁତୋଷ ନାମରୁ ସୁଧୁରିବ ଜୀବନସାଥୀଙ୍କ ବ୍ୟବହାର: ଜୀବନସାଥୀଙ୍କ ମଧ୍ୟରେ ଲାଗି ରହିଥିବା ଖିଟପିଟ୍ କୁ ଦୂର କରିବା ପାଇଁ ଆଶୁତୋଷ ନାଁ ପ୍ରୟୋଗ କରନ୍ତୁ । ଏହାଦ୍ୱାରା ଜୀବନସାଥୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ ।
ମହାଦେବ ନାମରୁ ମିଳିବ ସୁସ୍ଥ ଶରୀର: ସକାଳୁ ସ୍ନାନ ସାରି ଶିବଙ୍କୁ ଜଳ ଚଢାନ୍ତୁ ଏବଂ ମହାଦେବ ନାଁକୁ ଅତି କମ୍ ରେ ୧୫ ମିନିଟ୍ ଯାଏଁ ଜପନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବ ।
ରୁଦ୍ର ନାମରୁ ସୁଧୁରିବ ସନ୍ତାନର ବ୍ୟବହାର: ଅପରାହ୍ନରେ ୧୫ ମିନିଟ୍ ଯାଏଁ ରୁଦ୍ର ନାମ ଜପନ୍ତୁ । ଏହାପରେ ଆପଣଙ୍କ ସନ୍ତାନର ନାଁକୁ ୧୧ ଥର ଧରନ୍ତୁ । ଏଭଳି କରିବା ଦ୍ୱାରା ସନ୍ତାନର ବ୍ୟବହାରରେ ସୁଧାର ଆସିବ ।
ନଟରାଜ୍ ନାମ ଦ୍ୱାରା ମାନ-ସମ୍ମାନ: ଯଶ ଏବଂ କିର୍ତ୍ତି ପାଇବା ପାଇଁ ଭାଗବାନ ଶିବଙ୍କର ନଟରାଜ ନାଁକୁ ଜପନ୍ତୁ । ଏହି ନାଁକୁ ୧୦୮ ଥର ଜପନ୍ତୁ । ବୃଦ୍ଧି ହେବ ମାନ-ସମ୍ମାନ ।
ବାବା ନାମରୁ ଦୂର ହେବ ବିପଦ: ଭଗବାନ ଶିବଙ୍କର ବାବା ନାମ ଜପିବା ଦ୍ୱାରା ବଡ ବିପଦରୁ ମୁକ୍ତି ମିଳିଥାଏ ।
ଶିବ ନାମରୁ ଖୋଲିବ ମୋକ୍ଷ ଦ୍ୱାର: ମୋକ୍ଷ ପ୍ରାପ୍ତି ପାଇଁ ଶିବ ନାମ ଜପନ୍ତୁ ।