ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପିଲାଦିନରୁ ହିଁ ଆପଣ ଆପଣଙ୍କ ମାତା-ପିତାଙ୍କ ଠାରୁ ନିଶ୍ଚିତ ରୂପେ ଶୁଣିଥିବେ କି ସୂର୍ଯ୍ୟଦ୍ୱୟ ପୂର୍ବରୁ ଉଠିବା ଉଚିତ୍ । ସେହପରିି ହିନ୍ଦୁ ଧର୍ମାନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ସକାଳେ ସୂର୍ଯ୍ୟଦ୍ୱୟ ହେବା ପୂର୍ବରୁ ଶଯ୍ୟା ପରିତ୍ୟାଗ କରିବା ଆବଶ୍ୟକ । ଏହାସହିତ ସୂର୍ଯ୍ୟ ନମସ୍କାର କରିବା ଉଚିତ୍ । ଏହାପରେ ଯାଇ ଦିନର ଶୁଭାରମ୍ଭ କରିବା ଉଚିତ୍ ।
ସକାଳୁ ଉଠିବା ପରେ ନିଜର ଦୁଇ ପାପୁଲିକୁ ଦର୍ଶନ କରିବାର ମାନ୍ୟତା ରହିଛି । ଏଭଳି କରିବା ଦ୍ୱାରା ସମସ୍ୟା ଦୂର ହେବା ସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
ଶାସ୍ତ୍ର ଅନୁଯାୟୀ, ହାତରେ ବ୍ରହ୍ମା, ଲକ୍ଷ୍ମୀ ଏବଂ ସରସ୍ୱତୀ ବାସ କରିଥାନ୍ତି । ପ୍ରକୃତରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଇଛା ଥାଏ କି ଦିନର ଶୁଭାରମ୍ଭ ଭଲରେ ହେଉ । ମନରେ ଆଶା ଏବଂ ଉତ୍ସାହ ଭରିରହୁ, ଏହାସହିତ ଦିନଟି ଭଲରେ କଟୁ । ସେଥିପାଇଁ ନିୟମିତ ସକାଳୁ ଏହି ଶ୍ଲୋକ ଜପନ୍ତୁ ।
କରାଗ୍ରେ ବସତେ ଲକ୍ଷ୍ମୀଃ କରମଧ୍ୟେ ସରସ୍ୱତୀ
କରମୂଳେ ସ୍ଥିତୋ ବ୍ରହ୍ମା ପ୍ରଭାତେ କରଦର୍ଶନମ । ।
ଏହା ବ୍ୟତିତ ଆପଣ ଆଉ ଏକ ଶ୍ଲୋକ ଜପ କରି ପାରିବେ ।
ଓଁ କରାଗ୍ରେ ବସତେ ଲକ୍ଷ୍ମୀଃ କରମଧ୍ୟେ ସରସ୍ୱତୀ ।
କରମୂଳେ ଡ ଗୋବିନ୍ଦଃ ପ୍ରଭାତେ କୁରୁଦର୍ଶନମ । ।
ଏହି ଶ୍ଲୋକର ଅର୍ଥ ପାପୁଲିର ସବୁଠାରୁ ଅଗ୍ରଭାଗରେ ଦେବୀ ଲକ୍ଷ୍ମୀ, ମଧ୍ୟଭାଗରେ ମାତା ସରସ୍ୱତୀ ଏବଂ ମୂଳରେ ବ୍ରହ୍ମା ବାସ କରିଥାନ୍ତି । ସେଥିପାଇଁ ସକାଳୁ ପାପୁଲି ଦର୍ଶନ କରିବା ଉଚିତ୍ ।