ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶନିବାର ଶନିଦେବଙ୍କୁ ସମର୍ପିତ କରାଯାଇଛି । ସେ ହେଉଛନ୍ତି ନ୍ୟାୟର ଦେବତା । କର୍ମଫଳ ଅନୁଯାୟୀ ସେ ବ୍ୟକ୍ତିଙ୍କ ଆର୍ଶିବାଦ ପ୍ରଦାନ କରିଥାନ୍ତି । ଯେଉଁ ବ୍ୟକ୍ତିଙ୍କ ଉପରେ ଶାଢେ ସାତୀ ଶନି ବା ଶନିଦୋଷ ରହିଥାଏ ତାକୁ କମ କରିବା ପାଇଁ ଶନିବାର ଦିନ ବିଶେଷ ଉପାୟ କରାଯାଇଥାଏ । ଯାହାକୁ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
ଶନିଦେବଙ୍କ ପୂଜାରେ ଶୋରିଷ ତେଲ ଅର୍ପଣ କରିବା ଲାଭଦାୟକ ହୋଇଥାଏ । ତେଲ ଚଢାଇବା ଦ୍ୱାରା କଷ୍ଟ ଦୂର ହେବା ସହ ଅଟକି ରହିଥିବା କାମ ପୂରା ହୋଇଥାଏ । ଏଭଳି କରିବା ଦ୍ୱାରା ସୁଖ-ସମୃଦ୍ଧି, ମାନ-ସମ୍ମାନ, ଧନ-ଯଶ ପ୍ରାପ୍ତି ହୋଇଥାଏ । ଏହାସହିତ ଚାକିରୀ ଏବଂ ବେପାରରେ ସଫଳତା ପ୍ରାପ୍ତି ହୋଇଥାଏ । ଶନିଦେବଙ୍କୁ ତେଲ ଚଢାଇବା ଦ୍ୱାରା ହନୁମାନଙ୍କ କୃପା ମଧ୍ୟ ବଳବତ୍ତର ରହିଥାଏ ।
ସାଢେ ସାତୀ ଶନି ଦୋଷରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଶନିଦେବଙ୍କୁ ନିହାତି ପୂଜା କରନ୍ତୁ । ଏହିଦିନ ତାଙ୍କ ନୀଳ ରଙ୍ଗର ଫୁଲ ଅର୍ପଣ କରନ୍ତୁ ଏବଂ ଓଁ ଶଂ ଶନିଶ୍ଚରାୟ ନମଃ ମନ୍ତ୍ର ଜପନ୍ତୁ । ଅପରାଜିତା ଫୁଲ ନୀଳ ରଙ୍ଗର ସେଥିପାଇଁ ଏହି ଫୁଲ ଶନିଦେବଙ୍କର ପ୍ରିୟ । ଶନିବାର ୫,୭,୧୧ ଟି ଅପରାଜିତା ଫୁଲ ନେଇ ଶନିଦେବଙ୍କ ଚରଣରେ ଚଢାନ୍ତୁ । ଏହାଦ୍ୱାରା ଖୁବ୍ ଶୀଘ୍ର ଶନି ପ୍ରସନ୍ନ ହେବେ । ଆପଣଙ୍କର ସମସ୍ତ ମନସ୍କାମନା ପୁରଣ କରିବେ ।