ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମାନୁଯାୟୀ ତୁଳସୀ ଗଛକୁ ପବିତ୍ର ଗଛ ବୋଲି କୁହାଯାଇଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ତୁଳସୀ ଗଛ ଲଗାଯାଇଥାଏ । ଏହି ଗଛକୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପିବତ୍ର ଗଛକୁ ଘର ବାହାରେ ବା ଅଗଣାରେ ଲଗାଯାଇଥାଏ । ଏହି ପବିତ୍ର ଗଛକୁ ଅନେକ ମହତ୍ୱ ରହିଛି ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନଙ୍କ ଭୋଗରେ ତୁଳସୀ ପତ୍ର ରହିବା ନିହାତି ଆବଶ୍ୟକ । ଖାସ୍ କରି ବିନା ତୁଳସୀ ପତ୍ରରେ ଭଗବାନ୍ ବିଷ୍ଣୁଙ୍କୁ ଭୋଗ ଲଗାଯାଇନଥାଏ । ଅନ୍ୟପଟେ ସ୍ୱାସ୍ଥ୍ୟପକ୍ଷେ ତୁଳସୀ ପତ୍ର ଖୁବ୍ ଉପକାରୀ ହୋଇଥାଏ । ମାତ୍ର ଧ୍ୟାନରେ ରଖିବା ଉଚିତ୍ କି ବିନା ମନ୍ତ୍ରରେ ତୁଳସୀ ପତ୍ର ଛିଡାଇବା ଉଚିତ୍ ନୁହେଁ । ଏଭଳି କରିବା ପାପ କରିବା ସହ ସମାନ ହୋଇଥାଏ । ବିନା ମନ୍ତ୍ରରେ ତୁଳସୀ ଗଛରେ ଜଳ ଚଢାଇବା ବି ଅନୁଚିତ୍ । ସବୁଠାରୁ ଖାସ୍ କଥା ହେଉଛି ରବିବାର , ସନ୍ଧ୍ୟା ସମୟରେ ଏବଂ ନଖ ସାହାଯ୍ୟରେ ତୁଳସୀ ପତ୍ର ଛିଡାଇବା ଉଚିତ୍ ନୁହେଁ । ସେହିପରି ଅମାବାସ୍ୟା, ଦ୍ୱାଦଶୀ ଏବଂ ଚତୁଦର୍ଶୀରେ ତୁଳସୀ ପତ୍ର ଛଇଡାଇବା କଥା ନୁହେଁ ।
ଯଦି କୌଣସି ବ୍ୟକ୍ତି ବିନା ମନ୍ତ୍ରରେ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତି ବା ପତ୍ର ଛିଡାନ୍ତି ତେବେ ତାଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇନଥାଏ । ଯେଉଁ ବ୍ୟକ୍ତି ମନ୍ତ୍ର ପାଠ କରି ତୁଳସୀ ପତ୍ର ଛିଡାଇଥାନ୍ତି । ତାଙ୍କ ଘରେ ସୁଖ-ଶାନ୍ତି ବଲବତ୍ତର ରହିଥାଏ ।