ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ୧୮ ପୁରୁଣା ମଧ୍ୟରୁ ଗରୁଡ ପୁରାଣ ଗ୍ରନ୍ଥ ଅନ୍ୟତମ । ଏହାର ଖୁବ୍ ମହତ୍ୱ ରହିଛି । ସାଧାରଣତଃ ଘରେ କୌଣସି ପରିଜନଙ୍କ ମୃତ୍ୟୁ ପରେ ୧୩ ଦିନ ଯାଏଁ ଗରୁଡ ପୁରାଣ ପାଠ କରାଯାଏ । ଗରୁଡ ପୁରାଣରେ କେବଳ ଜନ୍ମ ଓ ମୃତ୍ୟୁ ନୁହେଁ ବରଂ ଅନେକ କଥା ବର୍ଣ୍ଣନା କରାଯାଇଛି । ଯାହାଦ୍ୱାରା ଆପଣଙ୍କ ଜୀବନ ସଫଳ ଏବଂ ସରଳ ହୋଇଥାଏ ।
ଘରର ସୁଖ-ସୌଭାଗ୍ୟକୁ ନେଇ ଗରୁଡ ପୁରାଣରେ ବର୍ଣ୍ଣନା କରାଯାଇଛି । ସେହି ଅନୁସାରେ ବ୍ୟକ୍ତି ନିଜେ ନିଜର ଅଭ୍ୟାସରୁ ହିଁ ଦରିଦ୍ରତା ପ୍ରାପ୍ତ କରିଥାଏ । ଏହାସହିତ ଏଥିରେ ଏଭଳି ଜିନିଷ ବର୍ଣ୍ଣନା କରାଯାଇଛି ଯାହାଦ୍ୱାରା ମାଲକ୍ଷ୍ମୀଙ୍କ ଆର୍ଶୀବାଦ ପ୍ରାପ୍ତ ହୋଇଥାଏ । ଜୀବନରେ ଖୁସୀ ବଳବତ୍ତର ରହେ । ତେବେ ଆସନ୍ତୁ ଜାଣିବା ଗରୁଡ ପୁରାଣ ଅନୁସାରେ କେଉଁ ୫ କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ୱାରା ଘରେ ମାଲକ୍ଷ୍ମୀଙ୍କ ବାସ ହୋଇଥାଏ ।
– ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନରେ ଧାର୍ମିକ ଗ୍ରନ୍ଥ ପାଠ କରିବା ଜରୁରୀ । କାରଣ ଜୀବନରେ ଧର୍ମ-କର୍ମ ର ଜ୍ଞାନର ଆବଶ୍ୟକତା ରହିଛି । ଧାର୍ମିକ ଗ୍ରନ୍ଥ ପାଠ କରନ୍ତୁ ଏବଂ ଅନ୍ୟକୁ ବି ଗ୍ରନ୍ଥ ପ୍ରାପ୍ତ ଜ୍ଞାନ ବୁଝାନ୍ତୁ ।
– ହିନ୍ଦୁ ପରିବାରର ପ୍ରତ୍ୟେକ ରୋଷେଇରେ ଚୂଲା ଉପରେ ଭୋଗ ଲଗାଇବାର ମହତ୍ୱ ରହିଛି । ବିନା ଚାଖିକି ଭୋଗକୁ ପ୍ରଥମେ ଚୂଲାରେ ଦିଅନ୍ତୁ । ଏହାଦ୍ୱାରା ମାଲକ୍ଷ୍ମୀଙ୍କ କୃପାରୁ ଘରେ ଧନର ଅଭାବ ହୋଇନଥାଏ । ସେହିପରି ରୋଷେଇ ଘରେ ଅଇଁଠା ରଖନ୍ତୁ ନାହିଁ ।
– ଗରୁଡ ପୁରାଣରେ ବର୍ଣ୍ଣିତ ଅଛି କି ବ୍ୟକ୍ତିଙ୍କୁ ତାଙ୍କ ଭୁଲରେ ଚିନ୍ତନ କରିବା ଜରୁରୀ । ଏହାଦ୍ୱାରା ଦ୍ୱିତୀୟ ଥର ଭୁଲ ହୁଏ ନାହିଁ । ମନକୁ ଶାନ୍ତି ମିଳେ, କ୍ରୋଧ ଦୂର ହୋଇଥାଏ ।
– ସମସ୍ତ କୂଳର ଆରାଧ୍ୟ ଦେବା-ଦେବୀ ରହିଥାନ୍ତିି । ବିଶେଷ ମୁହୂର୍ତ୍ତରେ ତାଙ୍କ ପୂଜା କରିବା ଉଚିତ୍ ହୋଇଥାଏ । ଗରୁଡ ପୁରାଣରେ କୁହାଯାଇଛି କି ଯେଉଁ ଘରେ କୂଳ ଦେବା-ଦେବୀଙ୍କ ପୂଜା କରାଯାଏ ସେଠାରେ ସାତ ପୀଠ ସୁଖରେ ଜୀବନ ଅତିବାହିତ କରନ୍ତି ।
– ହିନ୍ଦୁ ଧର୍ମରେ ଦାନ-ପୂଣ୍ୟର ବିଶେଷ ମହତ୍ୱ ରହିଛି । ଗରିବଙ୍କୁ ଦାନ କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ଏହାସହିତ ଆଗାମୀ ସାତପୀଢି ଯାଏଁ କଲ୍ୟାଣ ପ୍ରାପ୍ତି ହୋଇଥାଏ । ସେଥିପାଇଁ ଦାନ କରିବା ଜରୁରୀ