ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନଙ୍କ କୃପା ଲାଭ ପାଇଁ ଲୋକେ ସେମାନଙ୍କ ଠାକୁର ଘରେ ବିଭିନ୍ନ ଦେବା-ଦେବୀଙ୍କ ମୂର୍ତ୍ତି ରଖି ପୂଜାର୍ଚ୍ଚନା କରିଥାନ୍ତି । ମାନ୍ୟତା ରହିଛି କି ଘରେ ଭଗବାନଙ୍କ ମୂର୍ତ୍ତି ବା ଫଟୋ ରଖିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ । ମନ୍ଦିର ଅପେକ୍ଷା ଘରେ ପୂଜାର୍ଚ୍ଚନା କରିବା ଦ୍ୱାରା ସୁଖ ସମୃଦ୍ଧି ବଳ ବତ୍ତର ରହିଥାଏ । ମାତ୍ର ଭଗବାନଙ୍କ ଏଭଳି କିଛି ସ୍ୱରୂପ ରହିଛି ଯାହାକୁ ଘରେ ରଖିବା ଦ୍ୱାରା ଶୁଭ ବଦଳରେ ଅଶୁଭ ହୋଇଥାଏ । ଯାହାଦ୍ୱାରା ଘରେ କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସ୍ୱରୂପଙ୍କୁ ଘରେ ରଖିବା ଉଚିତ୍ ନୁହେଁ..
ଭୈରବ ଦେବ : ଭଗବାନ ଶିବଙ୍କର ଅବତାର ହେଉଛନ୍ତିି ଭୈରବ ଦେବ । ସେଥିପାଇଁ ଘରେ କଦାପି ଭୈରବ ଦେବଙ୍କ ମୂର୍ତ୍ତି ରଖିବା ଉଚିତ୍ ନୁହେଁ । ତନ୍ତ୍ର ମାନଙ୍କର ଦେବତା ହେଉଛନ୍ତି ଭୈରବ ଦେବ । ତାଙ୍କ ପୂଜା ଘର ବାହାରେ କରିବା ଉଚିତ୍ ।
ନଟରାଜ୍: ଭଗବାନ ଶିବଙ୍କ ରୌଦ୍ର ସ୍ୱରୂପ ହେଉଛନ୍ତି ନଟରାଜ୍ । ଏହି ସ୍ୱରୂପରେ ଶିବ ଭଗବାନ ତାଣ୍ଡବ କରୁଥିବାର ନଜର ଆସିଥାନ୍ତି । ଏହି ମୂର୍ତ୍ତି ଘରେ ରଖିବା ଦ୍ୱାରା ଘରେ ଅଶାନ୍ତି ଲାଗି ରହିଥାଏ । ଏହାସହିତ ଘରର ସଦସ୍ୟଙ୍କ ସ୍ୱଭାବ କ୍ରୋଧିତ ହୋଇଥାଏ ।
ଶନିଦେବ: ଶାସ୍ତ୍ର ଅନୁଯାୟୀ ନ୍ୟାୟର ଦେବତା ହେଉଛନ୍ତି ଶନିଦେବ । ଏହାସହିତ ଏହା ଏକ କ୍ରୁର ଗ୍ରହ । ସୂର୍ଯ୍ୟଙ୍କ ପୁତ୍ର ହେଉଛନ୍ତି ଶନିଦେବ । ତାଙ୍କ ମୂର୍ତ୍ତି ଘରେ ରଖିବା ଅଶୁଭ ହୋଇଥାଏ । ପ୍ରକୃତରେ ଘର ବାହାରେ ଶନିଙ୍କ ପୂଜା କରିବା ଉଚିତ୍ ।
ରାହୁ-କେତୁ: ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ବା ପାପ ଗ୍ରହ ବୋଲି କୁହାଯାଏ । ମାନ୍ୟତା ଅନୁଯାୟୀ ରାହୁ ଏବଂ କେତୁଙ୍କ ପୂଜାର୍ଚ୍ଚନା କଲେ ବଡ ବଡ ସମସ୍ୟାରୁ ମୁକ୍ତି ମିଳିଥାଏ, କିନ୍ତୁ ତାଙ୍କ ପୂଜା ଘରେ ନୁହେଁ ବରଂ ମନ୍ଦିରରେ କରିବା ଉଚିତ୍ । ଘରେ ଏହି ମୂର୍ତ୍ତି ରଖିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ।