ପୁରୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଧର୍ମ ମାସ କାର୍ତ୍ତିକ । ଆଜି କାର୍ତ୍ତିକ ମାସର ଦ୍ୱିତୀୟ ଦିନ । ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳୀଙ୍କ ଭିଡ ଜମିଛି । ହବିଷ୍ୟାଳୀ ମାନେ ବୃନ୍ଦାବତୀ ପୂଜା ସହ , ରାଇଦାମୋଦର ପୂଜା, ଭଜନ , କୀର୍ତ୍ତନ ଆଦି କରୁଛନ୍ତି ।
କରୋନା ପାଇଁ ଦୀର୍ଘ ଦୁଇ ବର୍ଷ କାଳ ପୁରୀରେ ହବିଷ୍ୟାଳିଙ୍କ ହବିଷ ବ୍ରତ ଉପରେ କଟକଣା ରହିଥିବା ବେଳେ ଚଳିତ ବର୍ଷ କଟକଣା ହଟାଯାଇଛି । ହବିଷ୍ୟାଳୀମାନଙ୍କ ପାଇଁ ସ୍ୱତନ୍ତ୍ର ଶିବିର କରାଯାଇଛି । ସେଠାରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।