ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶନିବାର ଶନିଦେବଙ୍କୁ ସମର୍ପିତ କରାଯାଇଛି । ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଉତ୍ତମ ହେଉଛି ଶନିବାର । ପୌରାଣିକ ଗ୍ରନ୍ଥ ଅନୁସାରେ ଶନିବାର ଶନିଙ୍କୁ ପୂଜା କରିବା ଦ୍ୱାରା ଶନିଦେବ ଖୁସୀ ହୁଅନ୍ତି । ଏହାସହିତ ଭକ୍ତଙ୍କୁ ଶୁଭ ଫଳ ପ୍ରଦାନ କରନ୍ତି ।
ବର୍ତ୍ତମାନ ଏହି ୫ ଟି ରାଶି ଉପରେ ଶନିଙ୍କ ବିଶଷ ଦୃଷ୍ଟି ରହିଛି । ଏହି ରାଶି ଉପରେ ଶନିଙ୍କ ସାଢେ ସାତୀ ଚାଲୁଛି । ସେହି ୫ଟି ରାଶି ହେଉଛି ଧନୁ, ମକର, କୁମ୍ଭ, ମିଥୁନ, ତୁଳା । ଏହି ରାଶିର ବ୍ୟକ୍ତି ଶନିଙ୍କ ମହାଦଶା କୁ ଦୁର କରିବା ପାଇଁ ଶନିବାର ଦିନ କିଛି ଉପାୟ କରିବା ଜରୁରୀ । ଏହାଦ୍ୱାରା ଶନିଦେବଙ୍କ ଅଶୁଭତା ଦୂର ହେବ ।
– ଶନିବାର ଶନି ମନ୍ଦିର ଯାଇ ଶନିଦେବଙ୍କୁ ସୋରିଷ ତେଲ ଚଢାନ୍ତୁ ।
– ଶନି ଚାଳିଶା ଶନି ମନ୍ତ୍ର ଜପନ୍ତୁ ।
– ଶନି ସହ ଜଡିତ ଜିନିଷ ଦାନ କରନ୍ତୁ ।
– କୋଷ୍ଟ ରୋଗୀଙ୍କ ସେବା କରନ୍ତୁ ।
– ଘରେ ଶମି ଗଛ ଲଗାନ୍ତୁ ।