ଉତ୍ତରାଖଣ୍ଡ (ଏଟିଆର ବ୍ୟୁରୋ): ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଛି ବାବା ବଦ୍ରିନାଥଙ୍କ ଧାମ୍ । ରୀତିନୀତି ଅନୁଯାୟୀ ସକାଳ ୭ଟାରୁ ମନ୍ଦିରର ଦ୍ୱାର ଫିଟା ହେବା ପରେ ମୁଖ୍ୟ ପୂଜାରୀ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।
ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ମନ୍ଦିରକୁ ୧୫ କ୍ୱିଣ୍ଟାଲ ଫୁଲରେ ଅତି ସୁନ୍ଦର ଭାବେ ସଜା ଯାଇଛି । ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।