ପୁରୀ (ଏଟିଆର ବ୍ୟୁରୋ): ଆଜି ହେଉଛି ଚତୁର୍ଦ୍ଧା ମୂରତିଙ୍କ ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ନବଦିନାତ୍ମକ ଲୀଳାଖେଳା । ଏହାପରେ ଆଜି ଦଶମି ତିଥିରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାବାହୁ ।
ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ତିନି ରଥ ପ୍ରସ୍ତୁତ ହୋଇ ରହିଛନ୍ତି । ସେହିପରି ମନ୍ଦିର ଭିତରେ ସମସ୍ତ ନୀତି କାନ୍ତି ସରିବା ପରେ ଏବେ ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନୀତିକାନ୍ତି ଚାଲିଛି ।
ବିନା ଭକ୍ତରେ ରଥଯାତ୍ରା ଭଳି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । କେବଳ ସେବାୟତ ମହାପ୍ରଭୁଙ୍କ ରଥ ଟାଣିବେ ।