ପୁରୀ (ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ଗହ୍ମାପୂର୍ଣ୍ଣିମା । ଶ୍ରାବଣ ମାସ ପୂର୍ଣ୍ଣିମା ତିଥିକୁ ଗହ୍ମାପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହି ଅବସରରେ ଶ୍ରୀମନ୍ଦିରରେ ବଡ ଭାଇ ବଳଭଦ୍ରଙ୍କ ଜନ୍ମତ୍ସବ ନୀତି ଅନୁଷ୍ଠିତ ହୋଇଥାଏ । ବିଧି ବିଧାନ ସହ ପାଳିତ ହୁଏ ବଡଠାକୁରଙ୍କ ଜନ୍ମତ୍ସବ ନୀତି ।
ଅନ୍ୟପଟେ ଶ୍ରୀମନ୍ଦିରରେ ଭୋଗମଣ୍ଡପ ବଢିବା ପରେ ପରେ ଶ୍ରୀଜିଉଙ୍କର ମଇଲମ ଓ ମହାସ୍ନାନ ନୀତି କରାଯିବା ସହ ତିନି ଗୋଟି ଆଜ୍ଞାମାଳ, ଚାରୋଟି ପାଟରାକ୍ଷୀ, ଗୁଆର ମାଳି ଆଦି ଶ୍ରୀଜିଉଙ୍କୁ ଲାଗି କରାଯାଇଥାଏ ।