ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଅପରାହ୍ନରେ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ବଢିବା ପରେ ଆରମ୍ଭ ହେବ ବନକଲାଗି ନୀତି । ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ । ଏହା ଶ୍ରୀଜିଉଙ୍କର ଏକ ସ୍ୱତନ୍ତ୍ର ତଥା ଗୁପ୍ତ ନୀତି ।
ଏହା ଗୁପ୍ତ ନୀତି ହୋଇଥିବାର ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ ।
ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ଏଥିରେ ହିଙ୍ଗୁଳ, ହରିତାଳ, କେଶର, ଶଙ୍ଖ, କଇଥ ଅଠା, କର୍ପୂର, କସ୍ତୁରୀ ଓ କଳା ଆଦି ବ୍ୟବହାର କରାଯିବ ।